Report Card Odisha

| Daily Odia News

୮୦ ହଜାର ଶିକ୍ଷକ ପଦବୀ ପୂରଣ ହେବ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶିକ୍ଷକ ହେବାର ସ୍ୱପ୍ନ ଦେଖିଥିବା ଲକ୍ଷଲକ୍ଷ ଆଶାୟୀଙ୍କ ସ୍ୱପ୍ନ ଏବେ ପୂରଣ ହେବ । ବିହାରରେ ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବାକୁ ଯାଉଛି ପରୀକ୍ଷା । ଶିକ୍ଷାମନ୍ତ୍ରୀ ସୁନୀଲ କୁମାର ନିର୍ଦେଶ ଦେଇଛନ୍ତି ଯେ ଟିଆରଇ-୪ (ଶିକ୍ଷକ ନିଯୁକ୍ତ ପରୀକ୍ଷା ପର୍ଯ୍ୟାୟ ୪) ଅନୁଯାୟୀ ଅଗଷ୍ଟ ୧୦ରୁ ପରୀକ୍ଷା କରାଯିବ । ଏହି ପରୀକ୍ଷା ବିହାର ପବ୍ଲିକ ସର୍ଭିସ୍‍ କମିଶନ(ବିପିଏସ୍‍ସି) ଦ୍ୱାରା ପରିଚାଳିତ ହେବ । ପୂର୍ବରୁ ଟିଆରଇ ୩ ପୋଷ୍ଟିଂ ପରେ ଜୁନ୍‍ ୩୦ ପର୍ଯ୍ୟନ୍ତ ସିଟ୍‍ ଗଣନା କରାଯିବ । ଯାହା ପରେ ପରୀକ୍ଷା ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ । ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଟିଆରଇ ୩ ଅନୁଯାୟୀ ଖାଲି ପଡିଥିବା ପଦବୀଗୁଡିକୁ ଟିଆରଇ ୪ରେ ଯୋଡାଯିବ । ଏହା ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ଦେବ । ଟିଆରଇ ୪ ଅଧୀନରେ ୮୦ହଜାରରୁ ଅଧିକ ପଦବୀ ପୂରଣ କରାଯିବ । ଟିଆରଇ ୪ ପରୀକ୍ଷା ଅଫଲାଇନ୍‍ ମୋଡରେ ଅନୁଷ୍ଠିତ ହେବ । ଯେଉଁଥିରେ ଓଏମ୍‍ଆର ଆଧାରିତ ପ୍ରଶ୍ନପତ୍ର ରହିବ । ପରୀକ୍ଷାରେ ୧୫୦ ମାର୍କର ପ୍ରଶ୍ନ ରହିବ । ଯେଉଁଥିରେ ୫୦ମାର୍କ ସାଧାରଣ ଅଧ୍ୟୟନରୁ ଏବଂ ୧୦୦ମାର୍କ ସମ୍ପୃକ୍ତ ବିଷୟରୁ ରହିବ । ଏହି ପରୀକ୍ଷାରେ କୌଣସି ନେଗେଟିଭ୍‍ ମାର୍କିଂ ହେବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଶାୟୀ ମାନେ ବିପିଏସ୍‍ସିର ଅଫିସିଆଲ ୱେବସାଇଟରେ ଟିଆରଇ ୪ ପାଇଁ ଆବେଦନ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି । ବିହାରରେ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ।

Breaking News