Report Card Odisha

| Daily Odia News

ରାଜ୍ୟରେ ଆଜି ୮୭୨ କରୋନା ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୮୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୨୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯୧୧୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ୪, ବାଲେଶ୍ୱର ୮, ବରଗଡ଼ ୯, ଭଦ୍ରକ ୬, ବଲାଙ୍ଗୀର ୭, ବୌଦ୍ଧ ୧୧, କଟକ ୯୬ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ, ଗଜପତି ୩, ଗଞ୍ଜାମ ୮, ଜଗତସିଂହପୁର ୧୬, ଯାଜପୁର ୧୨, ଝାରସୁଗୁଡ଼ା ୧୨, କଳାହାଣ୍ଡି ୫, କନ୍ଧମାଳ ୫, କେନ୍ଦ୍ରାପଡ଼ା ୮, କେନ୍ଦୁଝର ଜଣେ, ଖୋର୍ଦ୍ଧା ୨୮୨, କୋରାପୁଟ ୧୨ , ମୟୁରଭଞ୍ଜ ୫୯, ନୟାଗଡ଼ ୧୯, ନୂଆପଡ଼ା ୭, ପୁରୀ ୧୯, ରାୟଗଡ଼ା ୬, ସମ୍ବଲପୁର ୨୩, ସୋନପୁର୨୬, ସୁନ୍ଦରଗଡ଼ ୧୪୪, ଷ୍ଟେଟ ପୁଲ୍‌ରୁ ୬୧ଜଣ ରହିଛନ୍ତି ।

Breaking News