Report Card Odisha

| Daily Odia News

ଦକ୍ଷିଣ ୟୁକ୍ରେନ୍‌ ରେ ଗୁଳିମାଡ ୮ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ୍‌ କିବ୍‌ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରିବାପରେ ଏବେ ଦକ୍ଷିଣ ଏବଂ ପୂର୍ବ ଭାଗରେ ଆକ୍ରମଣ ଜୋରଦାର କରିଛି। ଦକ୍ଷିଣ ୟୁକ୍ରେନ୍‌ରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୪ ଜଣ ଆହତ ହୋଇଛନ୍ତି। ଓଚାକିବ୍‌ରେ ରୁଷ୍‌ର ଗୁଳିମାଡ଼ ପାଇଁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ମାଇକୋଲେବରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ମାରିୟୁପୋଲ୍‌ରେ ଏବେ ବି ବିମାନ ଆକ୍ରମଣ ଜାରି ରହିଛି। ସେହିପରି ମାଇକୋଲେଭ୍‌ରେ ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛି। ମାରିୟୁପୋଲ୍‌ରେ ଯୁଦ୍ଧ ଜାରି ରହିଥିବାରୁ ଆଇଆର୍‌ସି (ଅନ୍ତର୍ଜାତୀୟ ‌ରେଡ୍‌ କ୍ରସ୍‌ କମିଟି)ର ଏକ ଟିମ୍‌ ମାରିୟୁପୋଲ୍‌ ପହଞ୍ଚି ପାରିନାହାନ୍ତି। ମାରିୟୁ‌ପୋଲ ମୁଖପାତ୍ର କହିଛନ୍ତି, ସୁରକ୍ଷା ସ୍ଥିତି ପାଇଁ ଆମେ ମାରିୟୁପୋଲ୍‌ରେ ପହଞ୍ଚି ପାରିଲୁନି।

 

Breaking News