ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡୋମିନିକାନ୍ ରିପବ୍ଲିକ୍ରେ ଘରୋଇ ଜେଟ୍ ଅବତରଣ ବେଳେ ଦୁର୍ଘଟଣା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଛି | ଏନେଇ ବିମାନଟିର ପରିଚାଳନା କରୁଥିବା ‘ହେଲିଡୋସା ଏଭିଏସନ୍ ଗ୍ରୁପ୍’ ପକ୍ଷରୁ ସୂଚନା ମିଳିଛି | ବୁଧବାର ଡୋମିନିକୀୟ ସାଧାରଣତନ୍ତ୍ରର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଅବସ୍ଥିତ ଲାସ୍ ଆମେରିକାସ୍ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଉପରୋକ୍ତ ଦୁର୍ଘଟଣାରେ ୭ଜଣ ଯାତ୍ରୀ ଏବଂ ୨ଜଣ କ୍ରୁ’ ମେମ୍ବର୍ଙ୍କର ପ୍ରାଣହାନୀ ଘଟିଥିବା କଥା ‘ହେଲିଡୋସା ଏଭିଏସନ୍ ଗ୍ରୁପ୍’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି। ମୃତ ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଡୋମିନିକୀୟ ନାଗରିକ ଥିବା ବେଳେ ବାକି ୬ଜଣ ବିଦେଶୀ ନାଗରିକ ବୋଲି ଉକ୍ତ ବିବୃତିରେ କୁହାଯାଇଛି। କିନ୍ତୁ, ମୃତ ବିଦେଶୀମାନେ କେଉଁ ଦେଶର ନାଗରିକ ତାହା ସେଥିରେ ଉଲ୍ଲେଖ କରାଯାଇ ନାହିଁ। ‘ଫ୍ଲାଇଟ୍ରାଡାର୍ ୨୪’ କହିବା ଅନୁସାରେ, ବିମାନଟି ‘ଡୋମିନିକାନ୍ ରିପବ୍ଲିକ୍’ସ୍ଥିତ ଲା ଇଜାବେଲା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଫ୍ଲୋରିଡା ଅଭିମୁଖେ ଯାଉଥିଲା। ଉଡ଼ାଣ ଆରମ୍ଭ କରିବାର ୧୫ ମିନିଟ୍ ପରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା। କିନ୍ତୁ, ‘ହେଲିଡୋସା’ କହିଛି, ଉକ୍ତ ‘ଲଙ୍ଗ୍ ରେଞ୍ଜ୍ ଗଲ୍ଫ୍ଷ୍ଟ୍ରିମ୍ ଜି.ଆଇ.ଭି.ଏସ୍.ପି’ ଜେଟ୍ ବିମାନଟି ମିଆଁମିକୁ ଯାଉଥିଲା। ଦୁର୍ଘଟଣା ଅତୀବ କଷ୍ଟ ଓ ଦୁଃଖଦାୟକ ହୋଇଛି। ଆମ ଭଳି ଦୁଃସମୟରେ କାଳାତିପାତ କରୁଥିବା ଦୁର୍ଘଟଣା ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ଆପଣମାନେ ବି ଆମ ସହ ମିଶି ସମବେଦନା ଜ୍ଞାପନ କରନ୍ତୁ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଦୁର୍ଘଟଣାର କାରଣ ଜାଣିବା ପାଇଁ ‘ଏୟାର୍ ଟ୍ରାଫିକ୍ ଆକ୍ସିଡେଣ୍ଟ୍ ଅଥରିଟି’ ଏବଂ ‘ସିଭିଲ୍ ଏଭିଏସନ୍ ବୋର୍ଡ’ଙ୍କୁ ସହଯୋଗ କରିବ ବୋଲି ‘ହେଲିଡୋସା’ କହିଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……