ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ନୌ କ୍ୟାଣ୍ଟନ୍ମେଣ୍ଟ୍ ଅଞ୍ଚଳର ଦିଲ୍କୁଶା ଅଞ୍ଚଳରେ ଗୋଟାଏ ନିର୍ମାଣାଧୀନ ପାଚେରି କାନ୍ଥ ପଡ଼ିଯି ୯ ଜଣଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ୩ଜଣ ପିଲା ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି | ଗଣମାଧ୍ୟମକୁ ଯୁଗ୍ମ ପୋଲିସ କମିସନର୍ ପୀୟୂଷ ମୋର୍ଦିଆ କହିଛନ୍ତି, ଦିଲ୍କୁଶା ଅଞ୍ଚଳର ‘ଆର୍ମି ଏନ୍କ୍ଲେଭ୍’ ବାହାରେ ଥିବା କୁଡ଼ିଆରେ କେତେକ ଶ୍ରମଜୀବୀ ରହୁଥିଲେ। ରାତିରେ ପ୍ରବଳ ବର୍ଷା ହେବାରୁ ‘ଆର୍ମି ଏନ୍କ୍ଲେଭ୍’ର ପାଚେରି କାନ୍ଥ ପଡ଼ିଗଲା। ପାହାନ୍ତା ପ୍ରାୟ ୩ ବେଳକୁ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଭଗ୍ନସ୍ତୂପ ଭିତରୁ ୯ଟି ଶବ କଢ଼ା ଯାଇଥିବା ବେଳେ ଆଉ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଜଣାପଡିଛି






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..