ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ସୋମବାର ଏକ ବଡ଼ ଧରଣର ପ୍ରତିବାଦ ଚାଲିଛି। ସୋସିଆଲ ମିଡିଆ ଏବଂ ଦୁର୍ନୀତି ଉପରେ ପ୍ରତିବନ୍ଧକ ଲଗାଇବା ବିରୋଧରେ ଏହି ପ୍ରତିବାଦ କରାଯାଉଛି। ଏହାକୁ Gen-z ପ୍ରତିବାଦ କୁହାଯାଉଛି। ପ୍ରତିବାଦକାରୀମାନେ ନେପାଳର ସଂସଦ ଭବନରେ ପ୍ରବେଶ କରିଛନ୍ତି। ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ,ପୋଡାଜଳା ହୋଇଛି । ପୁଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଛି । ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ପ୍ରତିବାଦରେ ୯ ଜଣଙ୍କର ମୃତ୍ୟୁ ହୋଇଛି। କାଠମାଣ୍ଡୁ ସମେତ ଅନେକ ସହରରେ କର୍ଫ୍ୟୁ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଛି । ନେପାଳର ନୂତନ ପିଢ଼ି ୮ ସେପ୍ଟେମ୍ବରରେ ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଥିଲା। ଏହି ପ୍ରତିବାଦ ଦୁର୍ନୀତି ଏବଂ ସୋସିଆଲ ମିଡିଆରେ ସରକାରୀ ନିୟନ୍ତ୍ରଣ ବିରୋଧରେ ଘୋଷଣା କରାଯାଇଥିଲା। କୁହାଯାଉଛି ଯେ ଏହି ଆନ୍ଦୋଳନ କେବଳ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ, ବରଂ ବର୍ଷ ବର୍ଷ ଧରି ଚାଲିଥିବା ଦୁର୍ନୀତି ଏବଂ ବେକାରୀ ସହିତ ମଧ୍ୟ ଜଡିତ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..