ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଖୈବର୍-ପଖ୍ତୂନ୍ଖ୍ବା ଅଞ୍ଚଳରେ ଗୁରୁବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି | ବିସ୍ଫୋରଣରେ ୯ଜଣ ନିରାପତ୍ତା ରକ୍ଷୀ ସହିଦ ହୋଇଥିବା ବେଳେ ୧୭ଜଣ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚାନନା ଅନୁସାରେ- ବାଇକ୍ ଚଳାଇ ଆସୁଥିବା ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମାଲି ଖେଲ୍ ଅଞ୍ଚଳରେ ନିରାପତ୍ତା ରକ୍ଷୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଆଫଗାନିସ୍ତାନକୁ ଲାଗିଥିବା ଖୈବର୍-ପଖ୍ତୂନ୍ଖ୍ବାର ସୀମାନ୍ତ ଜିଲ୍ଲା ବନ୍ନୁରେ ଘଟିଥିବା ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣା ପାଇଁ ଏଯାବତ୍ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ, ପାକିସ୍ତାନୀ ତାଲିବାନ୍ ଏହି ଆକ୍ରମଣ କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସସୂତ୍ରରୁ ଉଦ୍ଧାର କରି ‘ଦି ପାକିସ୍ତାନ ଟେଲିଗ୍ରାଫ୍’ ରିପୋର୍ଟ କରିଛି, ବାଇକ୍ ଚଳାଇ ଆସୁଥିବା ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମାଲି ଖେଲ୍ ଅଞ୍ଚଳରେ ନିରାପତ୍ତା ରକ୍ଷୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଆଫଗାନିସ୍ତାନକୁ ଲାଗିଥିବା ଖୈବର୍-ପଖ୍ତୂନ୍ଖ୍ବାର ସୀମାନ୍ତ ଜିଲ୍ଲା ବନ୍ନୁରେ ଘଟିଥିବା ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣା ପାଇଁ ଏଯାବତ୍ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ, ପାକିସ୍ତାନୀ ତାଲିବାନ୍ ଏହି ଆକ୍ରମଣ କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..