Report Card Odisha

| Daily Odia News

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଭେଟିଲେ ରାହୁଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କୁସ୍ତି ମହାସଂଘରେ ବିବାଦ ଲାଗିରହିଛି | ଏହା ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ହରିଆଣାର ଝଜ୍ଜର ଜିଲ୍ଲାରେ ଏକ ‘ଆଖଡ଼ା’ ଗସ୍ତ କରି ବଜରଙ୍ଗ ପୁନିଆଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି। ହରିୟାଣା କଂଗ୍ରେସର ବରିଷ୍ଠ ନେତା ରଘୁବୀର ସିଂ କାଦିଆନ କହିଛନ୍ତି ଯେ ରାହୁଲ ଗାନ୍ଧି ସକାଳେ ଛରା ଗ୍ରାମରେ ଥିବା ବୀରେନ୍ଦ୍ର ଆଖଡ଼ାରେ ପହଞ୍ଚିଥିଲେ ଏବଂ ସେଠାରେ କିଛି ଘଣ୍ଟା ବିତାଇଥିଲେ। ସେ ପୁନିଆ ଓ ଅନ୍ୟ କୁସ୍ତିଯୋଦ୍ଧାଙ୍କ ସହ କଥାବାର୍ତ୍ତା କରିଥିଲେ। ରାହୁଲ ଯିବା ପରେ ପୁନିଆ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ନେତା ଆଖଡ଼ାରେ କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ରୁଟିନ୍ ଦେଖିଥିଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ତାଙ୍କ ଗସ୍ତ ‘ଅଚାନକ’ ଥିଲା ଏବଂ ଆଖଡ଼ାରେ ଥିବା କୁସ୍ତିଯୋଦ୍ଧାମାନେ ଏ ବିଷୟରେ ଅବଗତ ନ ଥିଲେ। ରାହୁଲ ମଧ୍ୟ କୁସ୍ତିଯୋଦ୍ଧାଙ୍କ ସହ କିଛି ସମୟ ବ୍ୟାୟାମ କରିଥିଲେ। କୁସ୍ତି ବିଷୟରେ ତାଙ୍କର ବହୁତ ଜ୍ଞାନ ଅଛି ଏବଂ ସେ ଅନେକ କୌଶଳ ମଧ୍ୟ ଜାଣିଛନ୍ତି ବୋଲି କୁସ୍ତିଯୋଦ୍ଧା ସାମ୍ବାଦିକମାନଙ୍କୁ କହିଛନ୍ତି। କୁସ୍ତିଯୋଦ୍ଧାଙ୍କ ସହ ରାହୁଲ କ୍ଷୀର, ବାଜରା ରୁଟି ଓ ଶାଗ ଖାଇଥିଲେ।

Breaking News