ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୫୫ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । ଓପିଏସସି ପକ୍ଷରୁ ଜାରି ସୂଚନା ଅନୁସାରେ, ମୋଟ୍ କୃତକାର୍ଯ୍ୟ ୫୫ଜଣଙ୍କ ମଧ୍ୟରୁ ୩୯ଜଣ ମହିଳା ବା ଝିଅ । ପ୍ରଥମ ୧୦ଜଣରେ ମାତ୍ର ୨ଜଣ ପୁଅ ଥିବାବେଳେ ୮ଜଣ ଝିଅ ଅଛନ୍ତି । ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯେଉଁମାନେ ରହିଛନ୍ତି ସେମାନେ ହେଲେ ଶୁଶ୍ରିତା ମିଶ୍ର, ନିଲିଶା ପଟ୍ଟନାୟକ,ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞାସୁମନ ମହାପାତ୍ର, ଏସଆର ତୋଷାଳୀ, ସତ୍ୟଜିତ୍ ପାଣି ଓ ଲଳିତେନ୍ଦୁ ଦ୍ୱିବେଦୀ ।






More Stories
ମହଣ ମହଣ ସୁନାରେ ସଜେଇ ହେଇଛନ୍ତି ଚତୁର୍ଦ୍ଧାବିଗ୍ରହ….
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..