Report Card Odisha

| Daily Odia News

ଭୁବନେଶ୍ୱରୁ ଅପହରଣ ବ୍ୟବସାୟୀ ଯାଜପୁରରୁ ଉଦ୍ଧାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ପାତ୍ରପଡ଼ାରୁ ଅପହୃତ ବ୍ୟବସାୟୀ ଯାଜପୁରର ଆରୁହାରୁ ଉଦ୍ଧାର ହୋଇଛନ୍ତି। ଅପହରଣ ହେବାର ପ୍ରାୟ ୨୪ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ଅପହୃତଙ୍କ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଅପହରଣ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନଥିବା ବେଳେ ଅପହୃତ ଯୁବକଜଣକ ଶଙ୍କର୍ଷଣ ଦାସ ନୁହନ୍ତି, ପିଣ୍ଟୁ ସାହୁ ବୋଲି କରିଛି ପୋଲିସ । ପୋଲିସ ପିଣ୍ଟୁଙ୍କୁ ଉଦ୍ଧାର କରିବା ସହ ତାଙ୍କ ବିଷୟରେ ଚାଞ୍ଚଲ୍ୟକର ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ, ପିଣ୍ଟୁଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏପରିକି ପୂର୍ବରୁ ସେ ଗିରଫ ବି ହୋଇଛନ୍ତି I ତାଙ୍କୁ ଉଦ୍ଧାର କରିବା ପରେ ଖଣ୍ଡଗିରି ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରୁଛି I

Breaking News