ରିପୋର୍ଟ କାର୍ଡ / ରାଉରକେଲାର
ଗତକାଲି ଦୁଇ ଭାଇ ଓ ସେମାନଙ୍କ କିଛି ସାଙ୍ଗ ଭୋଜିର ଆୟୋଜନ କରିଥିଲେ। ହେଲେ ଭୋଜିରେ ବଡ଼ ଭାଇର ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ସାନ ଭାଇ। ଘଟଣାଟି ଘଟିଛି ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାରେ। ମୃତ ଯୁବକଙ୍କ ନା କ୍ଷୀରଧର ସିଂ। ଅଭିଯୁକ୍ତ ତଥା ତାଙ୍କ ବଡ଼ ଭାଇଙ୍କ ନାଁ ଉମେଶ ସିଂ। ତାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ତେତେରକେଲା ଘାଟରେ ଆୟୋଜିତ ଭୋଜିରେ ଘଟିଥିଲା ଏହି ଘଟଣା। ଉମେଶ କାହିଁକି ତାଙ୍କ ଭାଇଙ୍କୁ ଗୁଳି କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ସାନଭାଇ ଉପରକୁ ଗୁଳି କଲା ବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି। ଉମେଶ ବନ୍ଧୁକ କେଉଁଠାରୁ ଆଣିଲେ, ସେ ନେଇ ବି ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।





More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..