ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରର ମୋରେହ ସହରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ପୋଲିସ କମାଣ୍ଡୋ ଏବଂ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି। ମିଆଁମାର ସୀମା ନିକଟସ୍ଥ ମୋରେହ ଅଭିମୁଖେ ଯାଉଥିବା ବେଳେ ବନ୍ଧୁକଧାରୀମାନେ ପୋଲିସ କମାଣ୍ଡୋ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରିଥିଲେ। ସୂଚନାନୁସାରେ, ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବନ୍ଧୁକଧାରୀମାନେ ରାଜ୍ୟ କମାଣ୍ଡୋଙ୍କ ଆରପିଜି ଉପରେ ଗୁଳି ଚଳାଇଥିଲେ। ଆହତ ସୁରକ୍ଷା ଅଧିକାରୀଙ୍କୁ ଆସାମ ରାଇଫଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିକଟରେ ମଣିପୁର ହିଂସାରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟ ସରକାର ଥୌବାଲ ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାଗୁଡ଼ିକରେ ପୁନର୍ବାର କର୍ଫ୍ୟୁ ଲାଗୁ କରିବାକୁ କହିଥିଲେ। ତେବେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଚାରି ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ପରେ ଏକ ଭିଡିଓ ବାର୍ତ୍ତାରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଲିଲୋଙ୍ଗ ବାସିନ୍ଦାଙ୍କୁ “ଆଉ ଅଧିକ ହିଂସା” ନକରିବାକୁ ଏବଂ ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ। ଏହି ଚାରି ସାଧାରଣ ନାଗରିକଙ୍କ ହତ୍ୟାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ବି ଦେଇଥିଲେ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……