Report Card Odisha

| Daily Odia News

ରାଜ୍ୟର ୮ ଉତ୍ପାଦକୁ ଜିଆଇ ଟ୍ୟାଗ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍‌ ମିଳିଛି। ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଏହି ସୂଚନା ଦେଇଛି। ଏଥିରେ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, କଣ୍ଟେଇମୁଣ୍ଡି ବାଇଗଣ, ଏମ୍ବ୍ରୋଡରୀ ସାଲ୍‌, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଢେଙ୍କାନାଳର ମଗଜି , ମୟୂରଭଂଜର କାଇ ଚଟଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍‌ ମାନ୍ୟତା ମିଳିଛି।

Breaking News