ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୮ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍ ମିଳିଛି। ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଏହି ସୂଚନା ଦେଇଛି। ଏଥିରେ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, କଣ୍ଟେଇମୁଣ୍ଡି ବାଇଗଣ, ଏମ୍ବ୍ରୋଡରୀ ସାଲ୍, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଢେଙ୍କାନାଳର ମଗଜି , ମୟୂରଭଂଜର କାଇ ଚଟଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍ ମାନ୍ୟତା ମିଳିଛି।






More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ସରକାରୀ ଗାଡିର ତେଲ ପାଇଁ ପେଟ୍ରୋଲ ପମ୍ପକୁ ଆଗୁଆ ଟଙ୍କା…..
ସୌମ୍ୟ ହତ୍ୟା ମାମଲା:କଲ୍ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ…..