ରିପୋର୍ଟ କାର୍ଡ / ମୟୂରଭଞ୍ଜ
ବାଙ୍ଗିରିପୋଷି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘାଟିରେ ଭାରସାମ୍ୟ ହରାଇ ୨ଟି ଟ୍ରକ୍ ୨୦ ଫୁଟ ତଳକୁ ଖସି ଯାଇଥିଲା। ସେଥି ମଧ୍ୟରୁ ଗୋଟିଏ ଟ୍ରକ୍ରେ ନିଆଁ ଲାଗି ଡ୍ରାଇଭର ଜୀଅନ୍ତା ଜଳି ଯାଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି। ମିଳିଥିବା ସୂଚନା ଅନୁସରେ-ଆଜି ସକାଳ ପ୍ରାୟ ୮ଟା ପରେ ଏକ ତେଲ ବୋଝେଇ ଟ୍ରକ୍ ଓ ଏକ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ମାତ୍ର ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ପାଖାପାଖି ଥିବା ୨ଟି ଗାଡ଼ି ଭାରସାମ୍ୟ ହରାଇ ବସି ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଏହାପରେ ତତ୍କ୍ଷଣାତ ତେଲ ବୋଝେଇ ଟ୍ରକ୍ରେ ନିଆଁ ଲାଗି ଜଳିଯିବା ସହ ଡ୍ରାଇଭର ଜଳି ଯାଇଛନ୍ତି। ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଘାଟି ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..