ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ କାଶ୍ମୀର ହିଜବୁଲ ମୁଜାହିଦୀନର ଆତଙ୍କବାଦୀ ଜାଭେଦ ଅହମଦ ମାଟ୍ଟୋକୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦୀର୍ଘ ଦିନ ଧରି ଘାଟିରେ ଆତଙ୍କ ସୃଷ୍ଟି କରୁଥିଲା ହିଜବୁଲ। ଭାରତ ସରକାର ହିଜବୁଲକୁ ଧରାଇ ଦେବାକୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲେ। ଦୀର୍ଘ ଦିନରୁ ଦିଲ୍ଲୀ ପୋଲିସ ମାଟ୍ଟୋକୁ ଖୋଜୁଥିଲା। କିଛି ଦିନ ତଳେ ଅର୍ଥାତ୍ ଗତ ବର୍ଷ ସ୍ୱାଧୀନତା ଦିବସରେ ମାଟ୍ଟୋର ସପୋର ସ୍ଥିତ ବାସଭବନରେ ଭାରତର ତ୍ରିରଙ୍ଗା ପତାକା ଉଡାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଗୁରୁବାର ଦିଲ୍ଲୀ ପୋଲିସ ମାଟ୍ଟୋକୁ ଧରିବାରେ ସଫଳ ହୋଇଛି।






More Stories
ସିଜେପି ଆନ୍ଦୋଳନ ପ୍ରତ୍ୟାହାର…..
ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ…..
ଆମର ଆଉ ୨ ଦାବି ପୂରଣ କରିବାକୁ ହେବ…..