ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦରହିବ । ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ଆରମ୍ଭ ହେବ | ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ । ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏନେଇ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦, ୧୧ ଓ ୧୨ ତାରିଖରେ ଗଣନା କରାଯିବ । ସବୁ ଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ ।





More Stories
କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୮,୩୦୧ କୋଟି ମଞ୍ଜୁର…..
ସରକାରୀ ଗାଡିର ତେଲ ପାଇଁ ପେଟ୍ରୋଲ ପମ୍ପକୁ ଆଗୁଆ ଟଙ୍କା…..
ସୌମ୍ୟ ହତ୍ୟା ମାମଲା:କଲ୍ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ…..