ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ ର ଏକ ଯାତ୍ରୀବାହୀ ବସ୍ ରାଜ୍ୟର ହନୁମକୋଣ୍ଡା ଜିଲ୍ଲାରେ ଗୋଟାଏ ଗଛରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ଜଣେ ଅନ୍ତଃସତ୍ତ୍ବା ମହିଳାଙ୍କ ସମେତ ୨୬ଜଣ ଯାତ୍ରୀ ଆହତ ହୋଇଥିବା ଏଏନ୍ଆଇ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ରାଜ୍ୟ ପରିବହନର ଉକ୍ତ ବସ୍ ୱାରାଙ୍ଗଲ୍ରୁ କରିମନଗର ଯିବା ବାଟରେ ହନୁମକୋଣ୍ଡା ଜିଲ୍ଲା ଅନ୍ତର୍ଗତ ହସନପାର୍ତି ଥାନା ଅଞ୍ଚଳରେ ଥିବା ଗୋଟାଏ ଗଛରେ ଧକ୍କା ଖାଇଥିଲା। କାଜିପେଟ୍ ସହକାରୀ ପୋଲିସ କମିସନର୍ ଡେଭିଡ୍ ରାଜୁ କହିଛନ୍ତି, ସନ୍ଧ୍ୟା ପ୍ରାୟ ୭.୩୦ରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ସମୁଦାୟ ୫୫ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ରୁରୁତର ରହିଛି |






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..