Report Card Odisha

| Daily Odia News

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ୨୨ ସ୍କୁଲ, କଲେଜ ଛୁଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମଲାଲାଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆଜି ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା କବାଟ। ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ। ତିନି ଦିନ ଭିତରେ ଏହି ସବୁ ସୁନାର କବାଟ ଲଗାଯିବ ବୋଲି ଜଣାପଡ଼ିଛି। ସେପଟେ ରାମ ଲଲାଙ୍କ ବିଗ୍ରହ  ପ୍ରତିଷ୍ଠା ପାଇଁ ସେହିଦିନ ଅର୍ଥାତ ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶରେ ସ୍କୁଲ୍‌, କଲେଜ ସବୁ ବନ୍ଦ ରହିବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ସ୍କୁଲ୍, କଲେଜ ବନ୍ଦ କରିବା ସହିତ ସେହି ଦିନ ଅଯୋଧ୍ୟାରେ ସମସ୍ତ ମଦ ଦୋକାନ ମଧ୍ୟ ବନ୍ଦ ରହିବ। ସେଦିନ ଅଯୋଧ୍ୟାରେ କେହି ମଦ ବିକ୍ରି କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

Breaking News