Report Card Odisha

| Daily Odia News

ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ,ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ, ମତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଉଛି ବୋଲି ପୁଣେସ୍ଥିତ ‘ଏମ୍‌ଆଇଟି’ ସ୍କୁଲ୍‌ ଅଫ୍‌ ଗଭର୍ଣ୍ଣମେଣ୍ଟ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି। ସେ କହିଛନ୍ତି, ଏବେ ମତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଉଛି। ମୁଁ ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ। ବେଳେ ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବାରୁ ଜନତା ଗାଳି ଦିଅନ୍ତି। ତେଣୁ, ମୁଖ୍ୟମନ୍ତ୍ରୀମାନେ ପଦବୀ ଛାଡ଼ନ୍ତି। କିନ୍ତୁ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ ବି ଲୋକେ ମତେ ସମର୍ଥନ କରୁଛନ୍ତି ଏବଂ ଯୁଆଡ଼େ ଗଲେ ‘ମାମା’ ବୋଲି ଡାକ ପକାଉଛନ୍ତି। ଜନତାଙ୍କ ଶ୍ରଦ୍ଧା ହିଁ ମୋର ଅସଲ ସମ୍ପଦ। ସୂଚନାଯୋଗ୍ୟ, ଚୌହାନ୍‌ଙ୍କର ଶ୍ରଦ୍ଧା ନାମ ‘ମାମା’ ବା ମାମୁ। ସେ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଅର୍ଥ ନୁହେଁ ଯେ, ମୁଁ ସକ୍ରିୟ ରାଜନୀତି ଛାଡ଼ିଦେବି। ଜନସେବା ନିମନ୍ତେ ମୁଁ ରାଜନୀତି କରୁଛି, କୌଣସି ପଦପଦବୀ ପାଇଁ ନୁହେଁ। ମୁଁ ଅହଙ୍କରୀ ଭଳି କଥା କହେ ନାହିଁ। ମୁଁ ୧୧ଟି ନିର୍ବାଚନରେ ବିଜୟୀ ହୋଇଛି, କିନ୍ତୁ ନିର୍ବାଚନରେ ନିଜ ପାଇଁ ପ୍ରଚାର କରିନାହିଁ। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବଦିନ ମୁଁ ନିର୍ବାଚନ ମଣ୍ଡଳୀକୁ ଯାଏ। ସେତେବେଳେ ଗାଁ ଲୋକେ ଟଙ୍କା ଓ ଟଙ୍କା ଦେଇଥିବା ଲୋକମାନଙ୍କ ତାଲିକା ନେଇ ମୋ ପାଖକୁ ଆସନ୍ତି। ନିଷ୍ଠାର ସହିତ ନିର୍ବାଚନ ଲଢ଼ିଲେ, ଜନତା ତୁମ ସପକ୍ଷରେ ଯିବେ।

Breaking News