ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜାଙ୍କ ମୃତ ଦେହ ତେହାବାଦର ତୋହାନା ନିକଟରେ ଥିବା ଭକ୍ରା କେନାଲରୁ ପୋଲିସ ଉଦ୍ଧାର କରିଛି | ମଡେଲଙ୍କ ପିଠିରେ ଥିବା ଟାଟୁ ଚିହ୍ନକୁ ଦେଖି ତାଙ୍କ ପରିବାର ଲୋକ ଏହା ଦିବ୍ୟାଙ୍କର ବୋଲି ଚିହ୍ନଟ କରିଛନ୍ତି। ଜାନୁଆରୀ ୨ ତାରିଖରେ କିଛି ଦୁର୍ବୁତ୍ତ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପଟିଆଲା ନିକଟରେ ଦିବ୍ୟାଙ୍କର ମୃତଦେହ ଫୋପଡା ଯାଇଥିବା କଥା ଜଣାପଡିବା ପରେ ଏନଡିଆରଏଫ ଏବଂ କ୍ରାଇମ ବ୍ରାଞ୍ଚ ଟିମ ବହୁ ଖୋଜାଖୋଜି କରିଥିଲା । ଭାକ୍ରା କେନାଲରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଏକ ମୃତଦେହ ଉଦ୍ଧାର ହୋଇଥିଲା । ଯାହା ପରେ ଦିବ୍ୟାଙ୍କର ବୋଲି ଜଣାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅଭିଜିତ ସିଂ, ହେମରାଜ, ଓମ ପ୍ରକାଶ, ମେଘା, ବଲରାଜ ଗିଲ ଏବଂ ରବି ବଙ୍ଗା ବୋଲି ଜଣାପଡିଛି। ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।






More Stories
ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ…..
ଆମର ଆଉ ୨ ଦାବି ପୂରଣ କରିବାକୁ ହେବ…..
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..