ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ମେଣ୍ଟର ସଭାପତି ପଦ ପାଇଁ ପ୍ରସ୍ତାବ ଆଗତ କରାଯାଇଥିବା ସୂଚନା ମିଳିଛି । ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ କୁହାଯାଉଥିଲା। କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। କହିଥିଲେ, ମୋର କୌଣସି ପଦବୀ ପାଇଁ ଆଗ୍ରହ ନୁହେଁ। ସଂଯୋଜକ କେବଳ କଂଗ୍ରେସରୁ ହେବା ଉଚିତ୍। ନୀତୀଶଙ୍କ ମନା କରିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁକୁ ପ୍ରସ୍ତାବ ଦିଆଯାଇଛି। ସେ ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତଙ୍କ ବିରୋଧୀ ଦଳର ନେତାଙ୍କ ସହମତି ଥିବା ମଧ୍ୟ ସୂଚନା ମିଳିଛି। ତେବେ ଅଫିସିଆଲ୍ ରୂପେ ମଲ୍ଲିକାର୍ଜୁନ ଖଡେଗଙ୍କ ନାଁ ଘୋଷଣା କରାଯାଇ ନାହିଁ।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..