Report Card Odisha

| Daily Odia News

ରାଜ୍ୟରେ ୧୭ରୁ ବର୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୧୭ ତାରିଖରୁ ଦୁଇ ଦିନ ବର୍ଷା ସମ୍ଭାବନା ରହିଛି | ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ୧୦ ଡିଗ୍ରୀ ତଳେ ୧୦ ସହର |  ସୁନ୍ଦରଗଡ଼ରେ ୮.୫, ଜି ଉଦୟଗିରିରେ ୮.୬, ରାଉରକେଲାରେ ୮.୯, କୋରାପୁଟରେ ୯, ଫୁଲବାଣୀରେ ୧୦.୫, ସିମିଳିଗୁଡ଼ାରେ ୧୦.୭, କେନ୍ଦୁଝରରେ ୧୧.୪, ଦାରିଙ୍ଗିବାଡ଼ିରେ ୧୧.୫, ବାରିପଦାରେ ୧୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୪ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ ପୂର୍ବାନୁମାନ କରି କହିଛନ୍ତି, ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଦୁଇ ଦିନ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ସୋମବାରଠାରୁ ଉପକୂଳରେ ଶୀତର ପ୍ରଭାବ ସାମାନ୍ୟ କମିଛି । ସେପଟେ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ କମ୍‌ ଶୀତ ଅନୁଭୂତ ହୋଇଛି ।

Breaking News