ରିପୋର୍ଟ କାର୍ଡ / ଖୋର୍ଦ୍ଧା
ବେଆଇନ ପଥର କଟାକୁ ବିରୋଧ କରିବାରୁ ମାଇନିଙ୍ଗ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି | ମାଇନିଙ୍ଗ ଅଫିସର ଜଗନ୍ ବେହେରାଙ୍କୁ ଖଣି ମାଫିଆମାନେ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଛି। ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଖୋର୍ଦ୍ଧା ଟାଉନ ଥାନା ଗୁଡୁମ ପଥର ଖଣିରେ ବେଆଇନ ପଥର କଟା ଚାଲିଥିବା ଜଗନ୍ ଖବର ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ଏହାସହ ଜଗନ୍ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଗନ୍ଙ୍କୁ ୭ରୁ ୮ ଜଣ ଖଣି ମାଫିଆ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚିନନଥିବା ଜଣାପଡିଛି |






More Stories
ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି…..
ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ…..
୩୦ ଯାଏଁ ବର୍ଷୀବ…..