Report Card Odisha

| Daily Odia News

ଅନ୍‌ଲାଇନ କୋର୍ସକୁ ବି ମିଳିବ ମାନ୍ୟତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଛାତ୍ରଛାତ୍ରୀ ଙ୍କ ପାଇଁ ବଡ଼ ବଡ଼ ଓପନ୍ ଅନଲାଇନ୍ କୋର୍ସ ପ୍ଲାଟଫର୍ମ ସହିତ ଆଇଆଇଟି, ଆଇଆଇଏମ୍ ପରି ସର୍ବୋତ୍ତମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନଲାଇନ୍ ପାଠ୍ୟକ୍ରମର ସୁବିଧା ରହିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଭଳି ବଡ଼ ବଡ଼ କଲେଜରୁ ଅନଲାଇନ କୋର୍ସ କରି ସାର୍ଟିଫିକେଟ୍ ପାଇଥାନ୍ତି | ସାଧାରଣତଃ ଅଫଲାଇନ୍ କୋର୍ସ କରିଥିବା ଛାତ୍ରଛାତ୍ରୀଙ୍କୁ ଅଧିକ କ୍ରେଡିଟ୍ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୟୁଜିସି ନିଷ୍ପତ୍ତି ନେଇଛି ଯେ, ଅଫଲାଇନ୍ ଭଳି ଅନଲାଇନ ପାଠ୍ୟକ୍ରମ ସାର୍ଟିଫିକେଟକୁ ମଧ୍ୟ ସମାନ କ୍ରେଡିଟ୍ ଦିଆଯିବ। ସେହିପରି ଚାକିରି କରୁଥିବା ଲୋକମାନେ ଯଦି କୌଣସି ଅନୁଷ୍ଠାନରୁ ଅନଲାଇନ୍ କୋର୍ସ କରନ୍ତି, ତେବେ ସେମାନଙ୍କ ସାର୍ଟିଫିକେଟ୍ ଅଫଲାଇନ୍ ପରି ସମାନ ସ୍ୱୀକୃତି ପ୍ରାପ୍ତ ହେବ। ୟୁଜିସି ଦ୍ବାରା ନୂତନ କ୍ରେଡିଟ୍ ଢାଞ୍ଚା ପ୍ରସ୍ତୁତ କରାଯାଇଛି, ଯାହା ଅନୁଯାୟୀ ସମସ୍ତ ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ ପାଠ୍ୟକ୍ରମକୁ ମଧ୍ୟ ସ୍ୱୀକୃତି ଦେବାକୁ ପଡିବ। ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ. ଜଗଦୀଶ କୁମାର କହିଛନ୍ତି ଯେ, ଯଦି ଜଣେ ଛାତ୍ର କୌଣସି କଲେଜରୁ ଅନଲାଇନ୍ ପାଠ୍ୟକ୍ରମ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ କିମ୍ବା ଇଣ୍ଟର୍ନସିପ୍ କରନ୍ତି, ତେବେ ତାଙ୍କୁ ସମ୍ପୂର୍ଣ୍ଣ କ୍ରେଡିଟ୍ ଦିଆଯିବ। ତାଙ୍କ ସାର୍ଟିଫିକେଟକୁ ୟୁଜିସି ପକ୍ଷରୁ ଅଫଲାଇନ ଭଳି ସମାନ ସ୍ବୀକୃତି ପ୍ରଦାନ କରାଯିବ।

Breaking News