ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍ଆଇଆର୍ କରାଯାଉ। ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଭିଡକୁ ଉସ୍କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସକୁ କହିଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମର ଗୌହାଟିରେ ପ୍ରବେଶ କରିଛି। ଏହି ସମୟରେ ମଙ୍ଗଳବାର କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀମାନେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି। ସୂଚନା ମିଳିଛି କି ରାହୁଲ ଗାନ୍ଧି ସହରରେ ଯାତ୍ରା କରିବାକୁ ଅନୁମତି ମାଗୁଥିଲେ, କିନ୍ତୁ ଅନୁମତି ନ ମିଳିବାରୁ କଂଗ୍ରେସ କର୍ମୀମାନେ ହଂଗାମା କରିଥିଲେ | ଏହି ମାମଲାରେ ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଡିଜିପିଙ୍କ ସହ କଥା ହୋଇ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ‘ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର। ଏହିପରି ନକ୍ସଲାଇଟ୍ ରଣନୀତି ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଭିଡକୁ ଉସ୍କାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଡିଜିପିକୁ ନିର୍ଦ୍ଦେଶ ଦେଇଛି।’






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..