ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଚେତନ ହେବାକୁ ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ କହିଛନ୍ତି ମେ ମାସ ସୁଦ୍ଧା ମହାମାରୀକୁ ମୁକାବିଲା କରିବାକୁ ଦେଶ ବିଫଳ ହୋଇଛି। ଯଦି ଆମେ ମହାମାରୀକୁ ଗୁରୁତର ଭାବେ ନନେଉ , ତେବେ ଆମର ଆଗାମୀ ଯୁବପିଢି ଆମକୁ କେବେ କ୍ଷମା କରିବେ ନାହିଁ। ବାସ୍ତବରେ, ୨୦୨୦ ମସିହାରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା। ଯେତେ ଶକ୍ତିଶାଳୀ ଦେଶ ହେଉନା କାହିଁକି କୋଭିଡ-୧୯ ମହାମାରୀ ସବୁକୁ ଭୟଙ୍କର ଭାବେ ଗ୍ରାସ କରିଥିଲା। ଏପରିକି ଅନେକ ବିକାଶିତ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ବି ଭୁଶୁଡି ପଡିଥିଲା। ଅବଶ୍ୟ ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦସ୍ୟମାନେ ଆନ୍ତର୍ଜାତୀୟ ଚୁକ୍ତି ପାଇଁ ଯୋଜନା କରିଥିଲେ। ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା ଯେ ପରବର୍ତ୍ତୀ ସ୍ୱାସ୍ଥ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଦେଶ ଭଲ ଭାବରେ ପ୍ରସ୍ତୁତ ଅଛି।୨୦୨୪ ମସିହା ମେ ୨୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବୈଠକରେ ଏହି ଡ୍ରାଫ୍ଟ ଅନୁମୋଦନ ହେବ। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଚୁକ୍ତି ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।






More Stories
ଆଣ୍ଡାମାନ ଛୁଇଁଲା ମୌସୁମୀ…..
ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କଲେ ବିଜୟ…..
ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ,ପାକିସ୍ତାନର ଇତିହାସ ଆଉ ଭୂଗୋଳ ବଦଳିଯି…..