ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଶପଥ ନେବାର ୩ ଦିନ ପରେ ଆସ୍ଥା ଭୋଟ ବିଜୟୀ ହୋଇଛନ୍ତି। ତେବେ ଆସ୍ଥା ଭୋଟରେ ଜିତିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଥିଲେ। ଏହି ସମୟରେ ସେ କହିଥିଲେ ଯେ ଘୃଣା ପରାଜିତ ହେବ। ରାହୁଲ ଗାନ୍ଧୀ ଏବଂ କଳ୍ପନା ସୋରେନଙ୍କ ଫଟୋ ସେୟାର କରି କଂଗ୍ରେସ ଲେଖିଛି ଯେ ଆଜି କଳ୍ପନା ସୋରେନଙ୍କୁ ରାହୁଲ ଗାନ୍ଧୀ ଭେଟିଛନ୍ତି। ଆମେ ସମସ୍ତେ ଏକଜୁଟ ହୋଇ ନ୍ୟାୟ ସଂଗ୍ରାମ ଜାରି ରଖିବୁ ଏବଂ ଲୋକଙ୍କ ସ୍ୱର ଉତ୍ତୋଳନ କରିବୁ। ଘୃଣା ହାରିବ ଓ ଇଣ୍ଡିଆ ମେଣ୍ଟ ଜିତିବ | ଉଲ୍ଲେଖ ଥାଉ କି ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳକୁ ପରାମର୍ଶ ଦେଇଥିଲେ। ଏହାପରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଓ ଆଜି ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ |






More Stories
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି…..
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……