ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସଂସଦରେ ରାଷ୍ଟ୍ରପତି ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭାରେ ନିଜର ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ କହି ବିରୋଧୀ ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି। ବିରୋଧୀ ଦୀର୍ଘ ଦିନ ହେବ ବିରୋଧୀ ହିଁ ରହିବେ। ଅନେକ ଦଶନ୍ଧି ଧରି କଂଗ୍ରେସ ବିରୋଧୀ ହିଁ ରହିବ। ବିରୋଧୀଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ିବା ସାହସ ହରାଇଛନ୍ତି। କିଛି ଲୋକ ତ ସେହି ଡରରେ ରାଜ୍ୟସଭା ଯିବାକୁ ଚାହିଁଲେଣି। କଂଗ୍ରେସକୁ ଭଲ ବିରୋଧୀ ହେବାକୁ ୧୦ ବର୍ଷ ସୁଯୋଗ ମିଳିଲା। କିନ୍ତୁ ଏମିତି ସୁଯୋଗ ପାଇ ବି ସେମାନେ ବିଫଳ ହେଲେ। କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ ବୋଲି କହି କଡା ଟାର୍ଗେଟ କରିଛନ୍ତି ମୋଦି। ଏହା ମଧ୍ୟ କହିଛନ୍ତି କି ଏନଡିଏ ସରକାରର ୩ୟ କାର୍ଯ୍ୟକାଳରେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ । ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ ଅଧିକ ଆସନ ପାଇବ । ଏନଡିଏ ସରକାର ଆସନ୍ତା ୧ ହଜାର ବର୍ଷ ପାଇଁ ଦେଶକୁ ପ୍ରସ୍ତୁତ କରିବ । ଦେଶବାସୀଙ୍କ କ୍ଷମତା ଉପରେ ଏହି ବିଶ୍ବାସ ଅଛି ବୋଲି ସେ କହିଛନ୍ତି । ରାମ ମନ୍ଦିର ଉପରେ ସେ କହିଛନ୍ତି ଯେ କେବଳ ଭଗବାନ ରାମ ନିଜ ଘରକୁ ଫେରିନାହାନ୍ତି, ବରଂ ଏପରି ଏକ ମନ୍ଦିର ନିର୍ମାଣ କରାଗଲା ଯାହାକି ମହାନ ଭାରତୀୟ ପରମ୍ପରାକୁ ନୂଆ ଶକ୍ତି ଦେଇଚାଲିବ । ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହା ମୋର ତୃତୀୟ ପାଳିରେ ହେବ। ସେ କହିଛନ୍ତି ଯେ ଦେଶରେ କେତେ ଦ୍ରୁତ ଗତିରେ କାମ ହେଉଛି ତାହା କଂଗ୍ରେସ କଳ୍ପନା ମଧ୍ୟ କରିପାରିବ ନାହିଁ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……