ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆଜି ଅପରାହ୍ନରେ ଓଡ଼ିଶାରେ ପହଂଚିବ। ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାହୁଲ ଙ୍କ ନ୍ୟାୟ ଯାତ୍ରା ସମ୍ପର୍କରେ ଗତକାଲି ରାଉରକେଲାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ, ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଫେବୃଆରୀ ୬ ତାରିଖ (ମଙ୍ଗଳବାର) ଅପରାହ୍ଣ ୨ଟା ୩୦ରେ ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାସଜୋଲଠାରୁ ୪୨ କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଂଚିବେ । ସେଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ପରେ ସେଠାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ହସ୍ତାନ୍ତର କରାଯିବ । ସେଠାରୁ ରାହୁଲ ୧୧କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧି ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ । ସେଠାରେ ରାତ୍ରି ରହଣୀ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇଛି ।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..