ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାରରେ ବାଉନ୍ସର ରଖିବା ଉପରେ ରୋକ ଲଗାଯାଇଛି। କମିଶନରେଟ୍ ପୋଲିସର ବିନା ଅନୁମତିରେ ବାରରେ ବାଉନ୍ସର ରଖିପାରିବେନି ମାଲିକ । ଏ ନେଇ କମିଶନରେଟ୍ ପୋଲିସ ଅଧିନସ୍ଥ ଅଞ୍ଚଳରେ ରଖି ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନ୍ସରଙ୍କ ନାଁରେ ଅପରାଧିକ ମାମଲାର ତଦନ୍ତ କରିବ ପୋଲିସ | ପିଏସଏଆରଏ ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ । ବାର୍ ମାଲିକ ସମ୍ପୃକ୍ତ ଗାର୍ଡ ଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ । ବାରରେ ନିୟୋଜିତ ହେବା ପରେ ବାଉନ୍ସର ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାଲିବାକୁ ପଡିବ। ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅତ୍ୟାବଶ୍ୟକୀୟ ସ୍ଥିତିରେ ବାଉନ୍ସର ୧୧୨ ଏମଜେନ୍ସି ନମ୍ବରକୁ ଯୋଗାଯୋଗ କରିପାରିବେ। କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ। ବିଭିନ୍ନ ବାର୍ ମାଲିକଙ୍କୁ ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ବଢ଼ିଲା ବସ ଭଡା…..
ଗୋଟିଏ ଅଫିସରେ ରହିପାରିବେନି ୩ ବର୍ଷରୁ ଅଧିକ…..