Report Card Odisha

| Daily Odia News

ଦିଅରଙ୍କୁ ହତ୍ୟା କଲା ଭାଉଜ….

ରିପୋର୍ଟ କାର୍ଡ / ବାଲେଶ୍ଵର

ନୀଳଗିରି କାଂଶ ଗାଁର ୨ ଯୁବକ ନିଖୋଜ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ୨ ଯୁବକଙ୍କ ହତ୍ୟା ଘଟଣାରେ ଭାଇଭାଉଜ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଏନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସ୍‌‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ୭୦ ହଜାର ଟଙ୍କା, ୨ଟି ମୋବାଇଲ, ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି। ପାରିବାରିକ କଳହ ଓ ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ହୋଇଛି ବୋଲି ଏସ୍‌‌ପି କହିଛନ୍ତି। ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ ଭାଇ ଓ ଭାଉଜ ଷଡଯନ୍ତ୍ର କରିଥିଲେ। ସୁପାରୀ କିଲରକୁ ଟଙ୍କା ଦେଇ ବଡ଼ଭାଇ ସାନଭାଇର ହତ୍ୟା କରିଥିଲା । ୧.୪୦ ଲକ୍ଷ ଟଙ୍କାରେ ସୁପାରୀ କିଲର୍‌‌ ସହ ଡ଼ିଲ ହୋଇଥିଲା। ୩୦ ହଜାର ଆଡଭାନ୍ସ ଓ କାମ ସାରିବା ପରେ ୧.୧୦ ଲକ୍ଷ ଦେଇଥିଲେ। ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ସୂଚନା ଯୋଗ୍ୟ, ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ କାଂଶ ଗାଁର ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ର ଗତ ୫ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ବ୍ଲୁ-ଲେକ୍‍ ରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବରପାଇ ନୀଳଗିରି ଥାନା ପୋଲିସ,ଅଗ୍ନିଶମ ବିଭାଗ, ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ଗଭୀର ଜଳରାଶିରେ ସେମାନଙ୍କୁ ଖୋଜି ଉଦ୍ଧାର କରିଥିଲେ। ଏମାନଙ୍କୁ ହତ୍ୟା କରି ଗଭୀର ଜଳ ମଧ୍ୟକୁ ଫିଙ୍ଗି ଦିଆଯାଇଥିଲା । ଏ ନେଇ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଲା। ଯୋଜନାବଦ୍ଧ ଭାବେ ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଏହି ଅନର କିଲିଂରେ ଭାଇ ଭାଉଜଙ୍କ ସମେତ ସୁପାରୀ କିଲରଙ୍କ ସମ୍ପୃକ୍ତି ରହିଥିବା ନେଇ ସୂଚନା ମିଳିଥିଲା।

Breaking News