ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ୧୬ତମ କିସ୍ତି ଆସିବାକୁ ଯାଉଛି। ଫେବ୍ରୂଆରି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଯୋଜନାରେ ହୋଲି ପୂର୍ବରୁ ୧୬ତମ କିସ୍ତିର ୨ ହଜାର ଟଙ୍କା ଫେବ୍ରୁୟାରି ୨୮ ତାରିଖରେ ପଠାଯିବ। ସୋସିଆଲ ମିଡ଼ିଆ ଏକ୍ସରେ ପିଲଏମ କିଷାନ ଯୋଜନା ହ୍ୟାଣ୍ଡେଲରେ ଏ ସମ୍ପର୍କରେ ହିତାଧିକାରୀଙ୍କ ପାଇଁ ସୂଚନା ପ୍ରଦାନ କରାଯାଇଛି।ହିତାଧିକାରୀମାନେ ପିଏମ କିଷାନ ଯୋଜନାର ୱେବସାଇଟ(PM Kisan Samman Nidhi Yojana) ରେ କିସ୍ତିର ସ୍ଥିତି ଯାଞ୍ଚ କରିପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।ୱେବସାଇଟରେ ଥିବା ବେନିଫିସିୟାରୀ ଅପସନ୍ ରେ କ୍ଲିକ୍ କରି ଏହା ପରେ ପଞ୍ଜିକରଣ ନମ୍ବର ଅବା ଫୋନ ନମ୍ବର ଦେବା ପରେ ଆସୁଥିବା କ୍ୟାପଚା କୋଡ ଏଣ୍ଟ୍ରି କରି ସବମିଟ କଲେ କିସ୍ତିର ଟଙ୍କା ପହଞ୍ଚିଛି କି ନାହିଁ ଅବା କେଉଁଠି ଅଟକି ରହିଛି ସେ ନେଇ ସବିଶେଷ ସୂଚନା ହିତାଧିକାରୀମାନେ ପାଇ ପାରିବେ |






More Stories
ଆଶା ଭୋସ୍ଲେଙ୍କ ପରଲୋକ…..
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….