ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଝଟ୍କା ଲାଗିଛି। ୨୦୧୮ ରେ ଭାରତୀୟ ଜନତା ପାର୍ଟିର ତତକାଳୀନ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି। ଏବେ ଏହି ମାମଲାର ଶୁଣାଣି ନିମ୍ନ ଅଦାଲତରେ ଜାରି ରହିବ। ଗତ ଶୁଣାଣିରେ ହାଇକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ।ସୂଚନାଯୋଗ୍ୟ, ଶାହାଙ୍କ ବିରୋଧରେ ରାହୁଲ ଦେଇଥିବା ମନ୍ତବ୍ୟ ନେଇ ନବୀନ ଝାଙ୍କ ପକ୍ଷରୁ ରାଞ୍ଚି ସିଭିଲ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଏହା ପରେ ସିଭିଲ କୋର୍ଟଙ୍କ ପକ୍ଷରୁ ରାହୁଲଙ୍କ ବିରୋଧରେ ସମନ ଜାରି କରାଯାଇଥିଲା। ଏହା ବୀରୋଧରେ ରାହୁଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାହୁଲଙ୍କ ବିରୋଧରେ ଝାଡଖଣ୍ଡରେ ମୋଟ ୩ଟି ନ୍ୟାୟିକ ମାମଲାର ବିଚାର ଚାଲିଛି।






More Stories
‘ବନ୍ଦେ ମାତରମ’ ବିଲ୍ ଆଗତ….
ଆଶ୍ୱାସନା ଦେଲେ ସରକାର, ଅନଶନ ଭାଙ୍ଗି ଖାଦ୍ୟ ଖାଇଲେ ୱାଙ୍ଗଚୁକ……
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..