Report Card Odisha

| Daily Odia News

ନିର୍ବାଚନ ପୂର୍ବରୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳୀ ମନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ ଥିବା ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଅଧିକାରୀଙ୍କ ବଦଳୀ ନହୁଏ, ସେଥିପ୍ରତି ସଂପୃକ୍ତ ରାଜ୍ୟ ସରକାର ନଜର ରଖିବା ଦରକାର ଓ ଏହି ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ପ୍ରଚଳିତ ନିୟମାନୁସାରେ ଜଣେ ଅଧିକାରୀ ନିଜ ଗୃହ ଜିଲାରେ କାର୍ଯ୍ୟରତ ଅଛନ୍ତି କିମ୍ବା ତିନିବର୍ଷରୁ ଅଧିକ ଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି, ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ବଦଳୀ କରାଯାଉଛି । ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ ପୂର୍ବରୁ ଯେଉଁ ଅଧିକାରୀମାନଙ୍କର ଗୋଟିଏ ସ୍ଥାନରେ ତିନିବର୍ଷ ପୂରଣ ହୋଇଯାଇଛି, ସେମାନଙ୍କୁ ସଂସଦୀୟ କ୍ଷେତ୍ର (ପି.ସି) ବାହାର ଜିଲାକୁ ବଦଳୀ କରାଯିବ ଏବଂ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିର୍ବାଚନ ଆୟୋଗ ନିର୍ଦେଶ ଦେଇଛନ୍ତି ।

 

Breaking News