Report Card Odisha

| Daily Odia News

ବିଶ୍ବ ପାରା ବ୍ୟାଡମିଣ୍ଟନରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ପାରାଲିମ୍ପିକ୍ସ ବିଜେତା ତଥା ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୫ମ ଥର ଲାଗି ବିଶ୍ବ ପାରା ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ଥାଇଲାଣ୍ଡରେ ଚାଲିଥିବା ବିଶ୍ବ ପାରା ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍‌ର ଏସ୍‌ଏଲ୍‌-୩ ପୁରୁଷ ଏକକରେ ପ୍ରମୋଦ ଭଗତ ବିଜେତା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଛନ୍ତି । ପ୍ରଥମ ଦୁଇଟି ଗେମ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ପ୍ରମୋଦ ହ୍ୟାଟ୍ରିକ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ଏଥିସହ ମୋଟ ୫ ଥର ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି ।ପ୍ରମୋଦଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭବିଷ୍ୟତ ପ୍ରତିଯୋଗୀତା ପାଇଁ ଶୁଭେଚ୍ଛା ଜଣାଇବା ସହ ଦେଶକୁ ଏଭଳି ଗର୍ବିତ କରୁଥାଓ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Breaking News