Report Card Odisha

| Daily Odia News

ଘରୁ ଭିତରୁ ମୃତ ଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / ଗଞ୍ଜାମ

ପୋଲସରା ଏନଏସି ବଜାର ସାହି ଛକ ନିକଟ ଏକ ଘରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ହେମନ୍ତ କନକ ଗୋହି ଓରଫ ଟିନିଆ। ଟିନିଆ ପୋଲସରା ଏନଏସି ବଜାର ସାହି ଛକ ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା। କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଟିନିଆଙ୍କୁ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Breaking News