ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୌଣସି ବ୍ୟକ୍ତି ବିରୋଧରେ ଅର୍ଥନୈତିକ ଅପରାଧର ପ୍ରମାଣ ପାଇଲେ କିମ୍ବା ସନ୍ଦେହ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚୁରା ପାଇଁ ସମନ ଜାରି କରିପାରିବ| ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ବିଚାରପତି ବେଲା ଏମ୍ ତ୍ରିବେଦୀ ଓ ପଙ୍କଜ ମିଥାଲ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୫୦ ଅନୁସାରେ କରାଯାଇଥିବା ସମନକୁ ଉକ୍ତ ବ୍ୟକ୍ତି ସମ୍ମାନ ଦେଖାଇବା ଓ ଗ୍ରହଣ କରିବାକୁ ପଡ଼ିବ। ଏହି ଆଇନାନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ କୌଣସି ବ୍ୟକ୍ତିକୁ ସମନ ଜାରି କରିପାରିବ। ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା, ଆବଶ୍ୟକ ତଥ୍ୟ, ପ୍ରମାଣ ଯୋଗାଇବାକୁ ନିର୍ଦ୍ଦେଶ ଦେଇପାରିବ।ମାମଲାର ବିବରଣୀ ଅନୁସାରେ, ବାଲି ଦୁର୍ନୀତି ମାମଲାରେ ତାମିଲନାଡ଼ୁର ୫ ଜିଲ୍ଲାପାଳଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା। ତାମିଲନାଡ଼ୁ ସରକାର ଏହା ବିରୋଧରେ ମାଡ୍ରାସ୍ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆବେଦନର ବିଚାର କରି ଇଡି ସମନ ଉପରେ ମାଡ୍ରାସ୍ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହି ରହିତାଦେଶକୁ ବିରୋଧ କରି ଇଡି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ଇଡି ସମନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ବଡ଼ ଧକ୍କା ଲାଗିଛି। ରାଜନୈତିକ ଅଭିସନ୍ଦିମୂଳକ ସମନ ବୋଲି ଅଭିଯୋଗ କରି ସେ କ୍ରମାଗତ ଭାବେ ୭ଟି ନୋଟିସ୍କୁ ଏଡ଼ାଇ ଦେଇଛନ୍ତି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….