ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଗତକାଲି ୨ ଜଣ ନିର୍ବାଚନ କମିସନରଙ୍କ ନାମ ଚୟନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଏହି ନିର୍ବାଚନ କମିସନର ନିଯୁକ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହି ନିଯୁକ୍ତି ନେଇ କୌଣସି ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ କମିସନରଙ୍କ ନିଯୁକ୍ତି ମାମଲାରେ କୌଣସି ରୋକ୍ ଲାଗିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ କମିସନର ନିଯୁକ୍ତି ବିରୋଧରେ ଦାୟର ଆବେଦନର ଶୁଣାଣି ୩ ଜଣିଆ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀ ଅଦାଲତଙ୍କୁ ଏହି ନିଯୁକ୍ତି ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଦାବି କରିଥିଲେ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..