ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଗତକାଲି ୨ ଜଣ ନିର୍ବାଚନ କମିସନରଙ୍କ ନାମ ଚୟନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଏହି ନିର୍ବାଚନ କମିସନର ନିଯୁକ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହି ନିଯୁକ୍ତି ନେଇ କୌଣସି ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଛନ୍ତି। ନିର୍ବାଚନ କମିସନରଙ୍କ ନିଯୁକ୍ତି ମାମଲାରେ କୌଣସି ରୋକ୍ ଲାଗିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ କମିସନର ନିଯୁକ୍ତି ବିରୋଧରେ ଦାୟର ଆବେଦନର ଶୁଣାଣି ୩ ଜଣିଆ ଖଣ୍ଡପୀଠରେ ହୋଇଥିଲା। ଆବେଦନକାରୀ ଅଦାଲତଙ୍କୁ ଏହି ନିଯୁକ୍ତି ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଦାବି କରିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….