ରିପୋର୍ଟ କାର୍ଡ / କୋରାପୁଟ
କୁନ୍ଦୁରା ଥାନା କଟଲାପଦର ବ୍ରିଜ୍ ତଳୁ ଏକ ଦୁର୍ଘଟଣାଗ୍ରସ୍ତ କାର୍ ଜବତ ହୋଇଛି। କାରର ମାଲିକ କିଏ ଏବଂ କିପରି ଦୁର୍ଘଟଣା ଘଟିଲା , ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। କାରରେ କେହି ନଥିବାବେଳେ ଗାଡିରୁ ୪ଟି ନମ୍ବର ପ୍ଲେଟ୍ ଜବତ ହୋଇଛି। ଓଡିଶା ନମ୍ବର ପ୍ଲେଟ୍ ସହିତ ୩ଟି ଛତିଶଗଡ ନମ୍ବର ପ୍ଲେଟ୍ ମଧ୍ୟ ରହିଛି। ଏହାପରେ ଅଧିକ ସନ୍ଦେହ ବଢିଛି। କାରରୁ ପାଖାପାଖି ଦୁଇ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ସମ୍ପୃକ୍ତ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ସନ୍ଦେହ କରି ପୋଲିସ ତଦନ୍ତ କରୁଛି।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……