ରିପୋର୍ଟ କାର୍ଡ / ବଲାଙ୍ଗୀର
ରାତି ଅଧରେ ଘରୁ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର ହୋଇଛି । ପରିବାର ଲୋକେ ଖୋଜାଖୋଜି କରି ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି। ଗତ ରାତିରେ ନାବାଳିକାଜଣକ ନିଜ ମା’ଙ୍କ ସହ ଘରେ ଥିଲେ। ମା’ ଓ ସେ ଅଲଗା ରୁମ୍ରେ ଶୋଇଥିଲେ। ବିଳମ୍ବିତ ରାତିରେ ନାବାଳିକାଜଣକ ଘରୁ ଗାଏବ ହୋଇ ଯାଇଥିଲେ। ସକାଳେ ତାଙ୍କ ମା’ ଉଠିବା ପରେ ଝିଅର ପତ୍ତା ପାଇ ପାରି ନ ଥିଲେ। ବହୁ ଖୋଜାଖୋଜି ପରେ ଘର ପାଖ ଏକ ନିଛାଟିଆ ସ୍ଥାନରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ମହିଳା ସୂଚନା ପାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ହୋସ ଆସିବା ପରେ ସେ ପୋଲିସକୁ ବୟାନ ଦେଇଛନ୍ତି। ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ତାହାର ତନାଘନା କରୁଥିବା ଜଣାପଡିଛି |






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……