ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି। ଏହା ସହିତ ବେଞ୍ଚ୍ ଫିକ୍ସିଂ କରାଯାଉଛି। ଏହି ଅଭିଯୋଗ ନେଇ ଦେଶର ୬୦୦ ଆଇନଜୀବୀ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଡିଓ୍ପାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଦେଶର ନ୍ୟାୟପାଳିକା ସ୍ଥିତି ନେଇ ଚିନ୍ତାବ୍ୟକ୍ତ କରାଯାଇଛି। ବହୁ ଜଣିଆ ଖଣ୍ଡପୀଠର ରାୟକୁ ପ୍ରଭାବିତ କରିବା ପାଇଁ ଚାପ ପ୍ରୟୋଗ କରାଯାଉଥିବା ସମ୍ପର୍କରେ ଚିଠିରେ ଉଲ୍ଲେଖ କରାଯାଇଛି।ଏଭଳି କାର୍ଯ୍ୟ ଦ୍ବାରା କୋର୍ଟର ଗାରିମା କ୍ଷୁର୍ଣ୍ଣ ହେଉଥିବା ଚିଠିରେ ଦର୍ଶାଯାଇଛି। ଏଭଳି କରିବା ଯୋଗୁ କୋର୍ଟର ସମ୍ମାନରେ ଆଞ୍ଚ୍ ଆସୁଛି। ଚିଠିରେ ଆଇନଜୀବୀ ହରିଶ ସାଲଭେ, ମନନ କୁମାର ମିଶ୍ର, ଆଦିଶ ଅଗ୍ରୱାଲ, ଚେତନ ମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଜ୍ଜଲା ପାୱାର ଉଦୟ ହୋଲା ଏବଂସ୍ବରୂପମା ଚତୁର୍ବେଦୀ ପ୍ରମୁଖଙ୍କ ସ୍ବାକ୍ଷର ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରସଙ୍ଗରେ ନ୍ୟାୟିକ ପ୍ରଣାଳୀର କାର୍ଯ୍ୟକାରିତା ଉପରେ ହସ୍ତକ୍ଷେପ କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି। ରାଜନୈତିକ ଦୁର୍ନୀତି ପ୍ରସଙ୍ଗରେ ରାୟକୁ ପ୍ରଭାବିତ କରିବା ଲାଗି ଅଧିକ ଚାପ ପକାଯାଉଥିବା ଚିଠିରେ କୁହାଯାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..