Report Card Odisha

| Daily Odia News

କ୍ଷମା ମାଗିଲେ ବାବା ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ତେବେ ଉଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଆପଣଙ୍କ ଦୁଃଖ ପ୍ରକାଶ କରିବା ତରିକାକୁ ଆମେ ମଞ୍ଜୁରୀ କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ରାମଦେବ ବାବା ଓ ପତଞ୍ଜଳିର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ହାଜର ହୋଇଥିଲେ। ତେବେ ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ ହାତ ଯୋଡି କ୍ଷମା ମାଗିଥିବା ଜଣାପଡ଼ିଛି। ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, ‘ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି। ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ।’

Breaking News