ରିପୋର୍ଟ କାର୍ଡ / ନୟାଗଡ
ଖଣ୍ଡପଡା ବନମାଳିପୁରରେ ଅଭାବନୀୟ ଘଟଣା ଘଟିଛି। ପୂର୍ବତନ ପୋଲିସ କର୍ମଚାରୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକ ନୟାଗଡ ଗୋପାଳ ପ୍ରସାଦ ଗାଁର ସୋମନାଥ ପଟ୍ଟନାୟକ ବୋଲି ଜଣାପଡିଛି। ସୋମନାଥ ଗତ ୬ ଦିନ ତଳୁ ଘରୁ କୌଣସି କାମରେ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ଏପରିକି ପରିବାର ଲୋଗ ଫତେଗଡ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଶେଷରେ ନିଖୋଜ ହେବାର ୬ ଦିନ ପରେ ସୋମନାଥଙ୍କର ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ପରିବାର ଲୋକ ସୋମନାଥଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..