ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବ। ଗିରଫ ଓ ରିମାଣ୍ଡରେ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି। ବୁଧବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। କେଜ୍ରିୱାଲଙ୍କ ଗିରଫ ସମ୍ପର୍କରେ ଯୁକ୍ତି ଉପରେ କଡ଼ା ଜବାବ ରଖି ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ(ଏଏସଜି) ଏସଭି ରାଜୁ କହିଥିଲେ ଯେ, ଅପରାଧୀଙ୍କୁ ଗିରଫ କରି ଜେଲରେ ହିଁ ରଖାଯାଏ । ଅପରାଧ କରିବେ ଏବଂ ନିର୍ବାଚନ ଥିବାରୁ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । କୌଣସି ବିଚାରଧୀନ କଏଦୀଙ୍କ ଏଭଳି ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଏଏସଜି କହିଥିଲେ ।






More Stories
CJPଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…..
CJP ଆଗରେ ନଇଁଲେ ସରକାର!….
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……