ରିପୋର୍ଟ କାର୍ଡ / କଟକ
କଟକ ମହାନଗର ନିଗମ ର ୫୨ନଂ ୱାର୍ଡ଼ ରାଜେନ୍ଦ୍ରନଗର ଅଞ୍ଚଳରେ କାମଳ ଆତଙ୍କ ଦେଖାଦେଇଛି। ୭ରୁ୮ଜଣ ଶିଶୁଙ୍କ ସମେତ ୭୦ରୁ ଅଧିକ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ଯୋଗୁଁ କାମଳ ବ୍ୟାପୁଥିବା ଆଶଙ୍କା କରାଯାଉଛି। କାମଳ ବ୍ୟାପିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦୂଷିତ ପାଣି ଯୋଗୁଁ କାମଳ ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଖବର ପାଇ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଦଳ ରାଜେନ୍ଦ୍ରନଗରରେ ପହଞ୍ଚି ତଦନ୍ତ କରିଛନ୍ତି। ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ କେତେ ଜଣ ମେଡ଼ିକାଲରେ ଭିର୍ତ୍ତି ହୋଇଥିବା ବେଳେ ଆଉକିଛି ଘରେ ରହି ଚିକିତ୍ସିତ ହେଉଛନ୍ତି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….