ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଧାରଣ ନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ ଘରୁ ଜବତ ହୋଇଛି ଟଙ୍କା, ସୁନା। ପୁଳା ପୁଳା ଟଙ୍କା, ସୁନା ଦେଖି ପୋଲିସ ତାଜୁବ ହୋଇ ଯାଇଥିଛି। ଏପରି ଏକ ଘଟଣା କର୍ଣ୍ଣାଟକାରେ ବେଲ୍ଲାରୀରେ ଘଟିଛି। ବେଲ୍ଲାରୀର ସୁନା ବ୍ୟବସାୟୀ ନରେଶଙ୍କ ଘରୁ ନଗଦ ୫.୬୦ କୋଟି ଟଙ୍କା, ୩ କେଜି ସୁନା, ୧୦୩ କେଜି ରୁପା ଅଳଙ୍କାର ଓ ୬୮ ରୂପା ପିସ୍ ଜବତ ହୋଇଥିବା ଜଣାଯାଇଛି। ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନରେଶଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ବିପଳ ପରିମାଣର ଚାନ୍ଦି, ସୁନା, ଟଙ୍କା ଆଦି ଜବତ ହୋଇଛି। ତେବେ ଏନେଇ କୌଣସି ବୈଧ ଡକ୍ୟୁମେଣ୍ଟ ନରେଶ ଦେଖାଇ ପାରି ନ ଥିଲେ। ଫଳରେ ତାଙ୍କୁ ପୋଲିସ ଘରୁ ଉଠାଇ ନେଇ ବାନ୍ଧିଥିବା ଜଣାଯାଇଛି। ଏନେଇ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……