ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ ପ୍ରମାଣ ଯୋଗାଡ଼ କରିଛି ସେଥିରେ ଫ୍ରିଜ୍, ସ୍ମାର୍ଟଟିଭି ଆଦିର ଇନ୍ଭଏସ୍ ଆଦି ରହିଛି। ହେମନ୍ତ ସୋରେନ୍ ବେଆଇନ ଭାବେ ୮.୮୬ ଏକର ଜମି ଅକ୍ତିଆର କରିଥିଲେ। ଏହି ସମସ୍ତ ଜମିର ମୂଲ୍ୟ ୩୧ କୋଟି ଟଙ୍କା। ଏହା ସହ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ନିର୍ଦ୍ଦେଶାଳୟ ପ୍ରମାଣ ଯୋଗାଡ଼ କରିଛି। ଏହି ପ୍ରମାଣ ମଧ୍ୟରେ ରାଞ୍ଚିର ଦୁଇଜଣ ଡିଲରଙ୍କଠାରୁ ଜବତ କରାଯାଇଥିବା ସ୍ମାର୍ଟ ଟିଭି ଓ ଫ୍ରିଜ୍ର ଇନ୍ଭଏସ୍ ରହିଛି। ଏହି ପ୍ରମାଣକୁ ମଧ୍ୟ ପିଏମ୍ଏଲ୍ଏ କୋର୍ଟ ଆଇନତଃ ସିଦ୍ଧ ବୋଲି ଗ୍ରହଣ କରିଛି। ଏହି ଦାମୀ ସାମଗ୍ରୀଗୁଡ଼ିକ ସନ୍ତୋଷ ମୁଣ୍ଡାଙ୍କ ପରିବାର ସଦସ୍ୟଙ୍କ ନାମରେ କିଣାଯାଇଛି। ସନ୍ତୋଷ ଗତ ୧୪-୧୫ ବର୍ଷ ଧରି ୮.୮୬ ଏକର ଜମିର ତତ୍ତ୍ବାବଧାରକ ଭାବେ ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ ନିର୍ଦ୍ଦେଶାଳୟର ପଚରାଉଚୁରାରେ ହେମନ୍ତ ସୋରେନ୍ ଏହି ଜମି ସହ ତାଙ୍କର କୌଣସି ସମ୍ପର୍କ ନଥିବା କହିଥିଲେ। ପରେ ହେମନ୍ତ ହିଁ ବେଆଇନ ଭାବେ ଜମି ଦଖଲ କରିଥିବା ଜଣାପଡ଼ିଥିଲା। ସୋରେନ୍ଙ୍କ ଗିରଫଦାରୀ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ରହିଥିବା ବେଳେ ଇଡିର ପ୍ରମାଣ ଦାଖଲ ତାଙ୍କ ଅଡ଼ୁଆ ବଢ଼ାଇବ ବୋଲି କୁହାଯାଉଛି।ଉଲ୍ଲେଖ ଯୋଗ୍ୟ- ଜମି ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହେମନ୍ତ ସୋରେନଙ୍କୁ ଜାନୁଆରି ୩୧ ତାରିଖରେ ଗିରଫ କରାଯାଇଥିଲା।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….