ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇଦ୍ରାବାଦ ଲୋକସଭା ଆସନରୁ AIMIM ଦଳ ତରଫରୁ ଆସଦୁଦ୍ଦିନ ଓୱେସି ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ବିଜେପି ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି। ତେବେ ନିର୍ବାଚନ ପୂର୍ବରୁ ଅଘଟଣ ଆଶଙ୍କାରେ ମାଧବୀ ଲତାଙ୍କୁ Y+ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଗୁଇନ୍ଦା ସୂଚନା ଆଧାରରେ ମାଧବୀ ଲତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। Y+ ସୁରକ୍ଷା ବ୍ୟବସ୍ଥାରେ ୧୧ ସଶସ୍ତ୍ର କମାଣ୍ଡୋ ସବୁବେଳେ ମାଧବୀ ଲତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରୁ ୫ ଜଣ ସବୁବେଳେ ମାଧବୀ ଲତାଙ୍କୁ ଘେରି ରହିବେ। ଅବଶିଷ୍ଟ ୬ ଜଣ ସିଫ୍ଟ ଅନୁଯାୟୀ ୨୪ ଘଣ୍ଟା ଡ୍ୟୁଟି କରିବେ ବୋଲି ଜଣାଯାଇଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……